ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଲା: ମୁଖ୍ୟ ସଚିବ

ବାଲେଶ୍ଵର ଜିଲ୍ଲା ବାହନଗା ରେଳ ଦୁର୍ଘଟଣାରେ ୨୩୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଇଲେ ମୁଖ୍ୟ ସଚିବ।

ଏସ୍ଆରସିଙ୍କ ତଥ୍ୟ ଆଧାରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ସଚିବ।୨୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି।

କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ (ଅପଡେଟ)

ବାଲେଶ୍ୱର ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ।

କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା। ଦୁଇ ଟ୍ରେନ୍ ଧକ୍କା ନେଇ ଖଡ଼ଗପୁର ଡିଆରଏମ ସୂଚନା ଦେଇଛନ୍ତି। ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ମିଳିଛି।

ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନଂ ଜାରି

ମାଲଗାଡି ଟ୍ରେନକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଜରୁରୀକାଳୀନ ନଂ ୬୭୮୨୨୬୨୨୮୬ ଜାରି କରିଛି ଏସ୍ଆରସି।

ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର।

ସୋର ବାହାନଗା ଷ୍ଟେସନ ନିକଟରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା

ମାଲଗାଡି ଟ୍ରେନକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେବା ଯୋଗୁଁ ଅନେକ ବଗି ଲାଇନ୍ ଚ୍ୟୁତ ହୋଇଛି।ଅନେକ ଲୋକ ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବେଆଇନ ଗୋରୁ ବୋଝେଇ ଟ୍ରକ ଜବତ, ୨ ଅଟକ

ବାଲେଶ୍ଵର ଜିଲ୍ଲା ସୋର କଲେଜ ଛକ ନିକଟରୁ ଗୋରୁ ବୋଝେଇ ଟ୍ରକ ଧରିଛନ୍ତି ସ୍ଥାନୀୟ ଲୋକେ।

ଏଥିରୁ ୮ ଗୋରୁ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗରୁ ଆନ୍ଧ୍ର ପ୍ରଦେଶ ଚାଲାଣ ହେଇଥିଲା ଗୋରୁ।

ବିଦ୍ୟୁତ କାଟ୍‌କୁ ନେଇ ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ

ବିବାହ ଭୋଜିରୁ ଫେରିବା ବେଳେ ବାଲେଶ୍ଵର ଜିଲ୍ଲା ବୋରିସାହି ନିକଟରେ ଜେଇଙ୍କୁ ଅଟକାଇ ପ୍ରାୟ ୧୦ ଜଣ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଘର ଭାଙ୍ଗି ୮ ବର୍ଷର ନାବାଳିକାକୁ ଦଳିଦେଲା ହାତୀ

ବାଲେଶ୍ଵର ଜିଲ୍ଲା ସିଙ୍ଗାଖୁଣ୍ଟା ସରଳିଆ ଚିତ୍ରାଶୁଳ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।

ବିଳମ୍ବିତ ରାତିରେ ଗାଁରେ ୮ ଟିକିଆ ହାତୀପଲ ପଶିଥିଲେ। ବାଡ଼ିରେ ହାତୀ ଦେଖି ଘର ଲୋକ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଘଉଡ଼ାଇଲା ବେଳେ ହାତୀ ଘର ଭାଙ୍ଗି ନାବାଳିକାକୁ ଦଳି ଦେଇଥିଲା।

ନାବାଳିକା ଝିଅ ହତ୍ୟା ମାମଲାରେ ମାଆ ସହ ସାବତ ବାପାକୁ ଆଜୀବନ ଜେଲ୍

ଗତବର୍ଷ ବାଲେଶ୍ବର ଟାଉନ୍ ଥାନା ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ।

ମାଆ ସହ ସାବତ ବାପାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି
ଓପିଆଇଡି କୋର୍ଟ। ଗାମୁଛାରେ ତଣ୍ଟି ଚିପି ୧୩ ବର୍ଷର ଝିଅକୁ ଉଭୟ ହତ୍ୟା କରିଥିଲେ।

ନାବାଳିକା ଝିଅ ହତ୍ୟା ମାମଲାରେ ମାଆ ସହ ସାବତ ବାପାକୁ ଆଜୀବନ ଜେଲ୍

ଗତବର୍ଷ ବାଲେଶ୍ବର ଟାଉନ୍ ଥାନା ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ।

ମାଆ ସହ ସାବତ ବାପାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି
ଓପିଆଇଡି କୋର୍ଟ। ଗାମୁଛାରେ ତଣ୍ଟି ଚିପି ୧୩ ବର୍ଷର ଝିଅକୁ ଉଭୟ ହତ୍ୟା କରିଥିଲେ।

ଅଖା ଭିତରୁ ଯୁବକଙ୍କ ବେକକଟା ମୃତଦେହ ଉଦ୍ଧାର

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଳରାମପୁର କେନାଲ ବନ୍ଧରୁ ମୃତଦେହ ଉଦ୍ଧାର ହୋଇଛି।

ଅଖା ଭିତରୁ ଗୋଡ଼ ବନ୍ଧା ସହ ଯୁବକଙ୍କ ବେକକଟା ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ସିମୁଳିଆ ଥାନା ପୁଲିସ ତଦନ୍ତ ଜାରି ରଖିଛି।

Nuakhai wishes