ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ହଜାରେ ଉପରେ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1174 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 155 ଜଣଙ୍କ ବୟସ 18 ବର୍ଷରୁ କମ l ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 688 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ 486 ଜଣ ସ୍ଥାନୀୟ ସଂକ୍ରମିତ l

ଏବେ ରାଜ୍ୟରେ 7011 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

ପ୍ରେମିକା ଘର ସମ୍ମୁଖରେ ବିଷ ପିଇଥିବା ଯୁବକଙ୍କ ମୃତ୍ୟୁ

ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ପ୍ରେମିକା ଘର ସମ୍ମୁଖରେ ବିଷ ପିଇଥିବା ଜଣେ ଯୁବକର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି l

ଚେନ୍ନାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ

ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ବାବୁସାନ ଆଜି ସକାଳେ ଚେନ୍ନାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଥିବା ଜଣାପଡିଛି l
ଏହି ଘଟଣାରେ ତାଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ ହୋଇଛି l ସେ ଗଣମାଧ୍ୟମକୁ ବିଶେଷ କିଛି ନ କହି ବାପା -ମାଙ୍କ ପାଖକୁ ଯାଉଛନ୍ତି ବୋଲି ସ୍ପଷ୍ଟ କହିଛନ୍ତି l

ସ୍ୱାଧିନତା ସଂଗ୍ରାମୀଙ୍କ ନାମରେ ବୃକ୍ଷ ରୋପଣ

ବରଗଡ଼ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀମାନଙ୍କ ଅସୀମ ଶୌର୍ଯ୍ୟ ଓ କାରନାମାକୁ ପରବର୍ତ୍ତୀ ପିଢ଼ୀଯାଏଁ ପହଞ୍ଚାଇବା ସହିତ ସଂଗ୍ରାମୀଙ୍କ ସ୍ମୃତିକୁ ଜୀବିତ ରଖିବା ପାଇଁ ବରଗଡ଼ ସାମ୍ବାଦିକ ସଂଘ ଉଦ୍ୟମରେ ଏବଂ ଜିଲ୍ଲା ବନଖଣ୍ଡର ସହଯୋଗରେ ବରଗଡ଼ ସନ୍ନିକଟସ୍ଥ ବୈଷ୍ଣାଦେବୀ ମନ୍ଦିର ନିକଟସ୍ଥ ଗୋବିନ୍ଦପୁର ସଂରକ୍ଷିତ ଜଙ୍ଗଲରେ ଆଜି ବୃକ୍ଷରୋପଣ କରାଯାଇ ସ୍ମୃତିବନ ସ୍ଥାପନ କରାଯାଇଛି ।

ପ୍ରାକ ସ୍ୱାଧିନତା ଅମଳରୁ ସ୍ୱାଧିନତା ପ୍ରାପ୍ତିଯାଏଁ ରକ୍ତ ବୁହାଇ କାରାଦଣ୍ଡାଦେଶ ବରଣ କରିଥିବା ସମସ୍ତ ୧୫୩ ଜଣ ସଂଗ୍ରାମୀଙ୍କ ଦାୟାଦମାନେ ଗାଁରୁ ଆଣିଥିବା ସଂଗ୍ରାମୀ ମାଟି ଦେଇ ଗୋଟେ ଲେଖାଏଁ ବୃକ୍ଷ ରୋପଣ କରି ପୂର୍ବ ପୁରୁଷଙ୍କୁ ଉତ୍ସର୍ଗ କରିଥିଲେ । ସାମ୍ବାଦିକ ସଂଘର ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ପ୍ରେମାନନ୍ଦ ଖମାରୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପରଲୋକ

କଟକ ସଦରର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂଙ୍କର 84 ବର୍ଷ ବୟସରେ ଆଜି ରାତିରେ ପରଲୋକ ହୋଇଯାଇଛି l
1990 ରୁ 1995 ପର୍ଯ୍ୟନ୍ତ ସେ ବିଧାୟକ ଥିଲେ ଏବଂ ବିଭିନ୍ନ ସମୟରେ ଟ୍ରେଡ଼ ୟୁନିଅନ ଓ ଶ୍ରମିକ ସଂଗଠନର ନେତୃତ୍ୱ ନେଇଥିଲେ l

Nuakhai wishes