ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ଡ. ବି .ଆର . ଆମ୍ବେଦକର ଜୟନ୍ତୀ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି ।
ଏହି ଅବସରରେ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ଜଣେ ସମାଜ ସୁଧାରକ ,ବିଶିଷ୍ଟ ଅର୍ଥନୀତିଜ୍ଞ , ଆଇନଜୀବୀ , ରାଜନେତା ଭାବରେ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସଥିଲେ ବୋଲି ଆୟୋଜିତ ସଭାରେ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ ।