ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ପୁରୀ ସହରବାସୀ କିମ୍ବା ମଠ ମନ୍ଦିର ସେବାୟତ କେହି ଖୁସି ନାହାନ୍ତି ଏବଂ ଯାହା ନଷ୍ଟ ହେଲାଣି ତାହା ଆଉ ଫେରି ଆସିବନାହିଁ ବୋଲି ଆଜି କ୍ଷୋଭର ସହ କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ l
କୋର୍ଟ କଚେରୀରେ ଏହି ସମସ୍ୟାର ସମାଧାନ ହୋଇ ପାରିବ ନାହିଁ ଏବଂ ନିଜେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏଥିରେ ହସ୍ତକ୍ଷେପ କରିବାକୁ ଶ୍ରୀ ଷଡ଼ଙ୍ଗୀ ନିବେଦନ କରିଛନ୍ତି l