ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ଚାର୍ଜସିଟରେ ରହିଥିବା ତଥ୍ୟ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ ହତ୍ୟା କରିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ନବଙ୍କ ପ୍ରତି ଗୋପାଳ ମନରେ ବ୍ୟକ୍ତିଗତ ଆକ୍ରୋଶ, ରାଗ ସୃଷ୍ଟି ହୋଇଥିଲା, ତା ଜୀବନ ପ୍ରତି ବିପଦ ଥିବା ଗୋପାଳ ମନରେ ଧାରଣା ସୃଷ୍ଟି ହୋଇଥିଲା, ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳ ମନସ୍ଥ କରିଥିଲା ବୋଲି କ୍ରାଇମବ୍ରାଞ୍ଚ କହିଛି। ତେବେ ଗୋପାଳ ମନରେ କାହିଁକି ଆକ୍ରୋଶ ଥିଲା ଲେଖିନି କ୍ରାଇମବ୍ରାଞ୍ଚ।