କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜକୁ ସୋମବାର ବିଳମ୍ବିତ ରାତ୍ରି ଘଟଗାଁ ରେଞ୍ଜରୁ ଗୋଠ ଛଡା ଦନ୍ତା ହାତୀ ମଙ୍ଗଳବାର ରାତ୍ରି ୮ ଜଣଙ୍କ ଘର ଭାଙ୍ଗିଦେଇଛି।
ମାଧପୁର ଗ୍ରାମର ମାଧପୁର ଗ୍ରାମର ବିଧବା ମହିଳା ସୁଆଗ ନାଏକ, ଦାଶରଥି ମୁଣ୍ଡାଙ୍କ ଖପର ଘର ଭାଙ୍ଗିବା ପରେ ଉଦୟପୁର ବିଟ ସିଲିପଦା ଗାଁର ଗୁଣ ନିଧି ମହାନ୍ତ, ମାଳତୀ ମହାନ୍ତ, ବେଗେନା ଗ୍ରାମର ଆର୍ତ୍ତତ୍ରାଣ ସେଠୀ, ବଲାଣି ପଶିର ଦମୟନ୍ତି ମହାନ୍ତ ଓ ଖୁଣ୍ଟା ପଡା ଗାଁର ଗହ୍ମା ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛି।