ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ କଲ୍ୟାଣ ଯୋଜନା ଉପରେ ପଞ୍ଚାୟତିରାଜ ନିର୍ବାଚିତ ପ୍ରତିନିଧି ମାନଙ୍କ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଆଜି ସମ୍ବଲପୁରରେ ଆରମ୍ଭ ହୋଇଥିବା ବେଳେ ଏଥିରେ ଜିଲ୍ଲାର ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ପୂର୍ବତନ ଅଧିକାରୀଙ୍କ ସହ ସମ୍ବଲପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ଓ ସୁନ୍ଦରଗଡ଼ ଭିନ୍ନ କ୍ଷମ ଶିକ୍ଷା ସଂଯୋଜକ ଅମାତ୍ୟ ପ୍ରଧାନ ଆଦି ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର କରିଥିବା ଯୋଜନା ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ।