ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତ ବାଘପାଲି ସ୍ଥିତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସଙ୍କ ସମାଧି ପୀଠ ଠାରେ ଚଳିତ ମାସ ୧୭ରୁ ୨୪ ତାରିଖ ଯାଏ ହେବାକୁ ଥିବା ପ୍ରସିଦ୍ଧ ବକୁଳ ମହୋତ୍ସବ-୨୦୨୨ର ଆୟୋଜନ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ପ୍ରସାଦ ପାଢୀ ଏଥିରେ ଅଧ୍ୟକ୍ଷତା କରିଥିଲେ ।