ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ରବିବାର ଏନସିସି ଦିବସ ପାଳିତ ହୋଇଯାଇଛି।
ଏଥିରେ ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇ ମୁଖ୍ୟ ଅତିଥି ଓ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ସ୍ଵୟମ୍ଭୁନାଥ ଖଣ୍ଡଗିରି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଏନସିସି ପତାକା ଉତ୍ତୋଳନ କରିଥିଲେ। କ୍ୟାପଟେନ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫୨ ଜଣ କ୍ୟାଡେଟ ଅଂଶଗ୍ରହଣ କରିଥିଲେ।