ଜଗତସିଂହପୁର ଜିଲ୍ଲା ପାରାଦୀପ ରତ୍ନମାଳି ଜେମା ଜରାଶ୍ରମ ସଭାପତି ସନ୍ତୋଷ ବେହେରାଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।ହତ୍ୟାକାଣ୍ଡ ପରେ ଅଭିଯୁକ୍ତ କୀଟନାଶକ ସାର ଖାଇ ଆତ୍ମହତ୍ୟା ଉଦ୍ୟମ କରିଛି। ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ଲକ୍ ଥାନା ପୁଲିସ।