ଆସନ୍ତା ୨୫ ତାରିଖରେ କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ କରି ଉଚ୍ଚ ନ୍ୟାୟାଳୟ କୁ ଜଣାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ସଂଘର ପରାମର୍ଶଦାତା ବୋର୍ଡ କୁ ଚିଠି କରିଛନ୍ତି। ଉଚ୍ଚ ନ୍ୟାୟଳୟ ପକ୍ଷରୁ ଏକ ରିଟ ପିଟିସନ ଉପରେ ହୋଇଥିବା ଆଦେଶ କୁ ଭିତ୍ତି କରି ପ୍ରଶାସନ ଏଭଳି ଆଦେଶ କରିଛନ୍ତି। ଅନ୍ୟ ପକ୍ଷରେ ନିର୍ବାଚନ କରି ସାମ୍ବିଧାନିକ ଅବସ୍ଥା ଫେରାଇ ଆଣିବା ଦାବିରେ ଚାଲିଥିବା ଟ୍ରକ ମାଲିକ ଙ୍କ ଅନଶନ ଜାରି ରହିଛି।