ଆଜି କେନ୍ଦୁଝର ଆଡୁ ରାଇସୁଆଁ ଅଭିମୁଖେ ଯାଉଥିବା ଏକ ଇ-ସ୍କୁଟରକୁ ଧୃପଦା ନିକଟରେ ଏନ୍ଏଚ ୪୯ରେ ଟ୍ରକ ଧକ୍କା ଦେବା ଫଳରେ ଚାଳକ ଗୁରୁତର ଆହତ ହୋଇଛନ୍ତି।
ତାଙ୍କର ଦୁଇ ଟି ଯାକ ଗୋଡରେ ଗୁରୁତର ଆଘାତ ଲାଗିଥିବାରୁ କେନ୍ଦୁଝର ଜିଲ୍ଲାମୁଖ୍ୟ ଡାକ୍ତର ଖାନାରୁ କଟକ ବଡ଼ ଡାକ୍ତର ଖାନା ସ୍ତାନାନ୍ତାରିତ କରାଯାଇଛି। ଉକ୍ତ ସ୍ଥାନରେ ଥିବା ସର୍ଭିସ ରୋଡ ଗାଡ଼ି କେତେକ ସୋ ରୁମ୍ ଓ ଟ୍ରକ୍ ମାଲିକ ଙ୍କ କବଜା ରେ ଥିବାରୁ ଛୋଟ ଛୋଟ ଗାଡ଼ି ରାସ୍ତା ଉପରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଅଞ୍ଚଳ ଲୋକ ମତବ୍ୟକ୍ତ କରୁଛନ୍ତି।