ଓଡ଼ିଶା ଗସ୍ତରେ ଆସିଥିବା ପ୍ରସିଦ୍ଧ ଅର୍ଥନିତିଜ୍ଞ ପ୍ରଫେସର ଜିନ ଡ୍ରେଜ ଆଜି ଭୁବନେଶ୍ବରର ଲୋହିଆ ଏକାଡେମୀ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ।
ରବି ରାୟ ଇନଷ୍ଟିଚ୍ୟୁଟ ଅଫ ଡେମୋକ୍ରେସି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାଏ , ସାମ୍ୱାଦିକ ସୁଧୀର ପଟ୍ଟନାୟକ, ପ୍ରିୟ ରଂଜନ ସାହୁ ଆଦି ଯୋଗ ଦେଇଥିଲେ।