ବାଲେଶ୍ଵର ଜିଲ୍ଲା ସୋର ବ୍ଲକରେ ଆଗାମୀ ଖରାଦିନରେ ପାନୀୟଜଳ ସମାସ୍ୟାର ସମାଧାନ ପାଇଁ ଆଜି ଅପରାହ୍ନରେ ବିଡିଓ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି।
ଏହି ଆଲୋଚନାରେ ଜଳ ଯୋଗାଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ପାନୀୟଜଳ ପାଇଁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ବିଧାୟକ ପର୍ଶୁରାମ ଧଡା।