ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ରାସ୍ତାର ମଳଉପଚାର କେନ୍ଦ୍ର ନିକଟରେ ଥିବା ଏକ ନିମ୍ବ ଗଛ କୋରଡା (ଦୁଇଟି ଶାଖା)ରେ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିବା ଗାଈକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ କୌଶଳ କ୍ରମେ ଉଦ୍ଧାର କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଗାଈଟି ଖାଦ୍ୟ ଅନ୍ବେଷଣରେ ଚାଲି ଆସିଥିଲା ।ବର୍ତମାନ ଗାଈଟି ସୁରକ୍ଷିତ ଥିବା ଉଦ୍ଧାରକାରୀ ଦଳ କହିଛନ୍ତି ।