ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାନସିମୁଳିଆ ଗ୍ରାମ ଭିତରେ ଯାଇଥିବା ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିରହିଥିଲା।
ଗତ ଦୁଇ ଦିନ ହେବ ଠିକାଦାର ମୋରମ ପକାଇଥିଲେ । ମାତ୍ର ଏହି ବର୍ଷାରେ ତାହା ସମୂର୍ଣ୍ଣ ଧୋଇ ଯିବାକୁ ବସିଲାଣି । ଗାଁ ଲୋକଙ୍କ ଅଭିଯୋଗ କି ରାସ୍ତାରେ ମୋରମ ପକାଯାଇଥିଲା ନା କାଦୁଅ ପକାଯାଇଥିଲା । ଏଥିପାଇଁ ତଦନ୍ତ ଆବଶ୍ୟକ ବୋଲି ଗ୍ରାମର ଯଶୋବନ୍ତ ପରିଡା କହିଛନ୍ତି ।