ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତେନ୍ତଳାବାହାଳ ଗ୍ରାମର ଝିଅ ଅଭିଲିପସା ପଣ୍ଡା ଶିବଙ୍କ ସ୍ତୋତ୍ରକୁ ନେଇ ପ୍ରସ୍ତୁତ ‘ହର ହର ଶିବ ଶମ୍ଭୁ ମହାଦେବ’ ଗୀତ ଗାଇ ବର୍ତ୍ତମାନ ଚର୍ଚ୍ଚରେ ଅଛନ୍ତି ।
ୟୁଟ୍ୟୁବରେ ଗତ ପ୍ରାୟ ୨ ମାସରେ ଏହାର ଦର୍ଶକ ସଂଖ୍ୟା ୩୨ ମିଲିୟନ ଟପିଯାଇଛି । ଏଥିରେ ଅଭିଲିପସାଙ୍କ ସହିତ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳର ଜିତୁ ଶର୍ମା ମଧ୍ୟ କଣ୍ଠଦାନ କରିଛନ୍ତି ।