ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ନିର୍ମାଣକାର୍ଯ୍ୟ ବନ୍ଦ ପାଇଁ ଦାବୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ମାଧ୍ୟମରେ ହେଉଥିବା ବିଭିନ୍ନ ପ୍ରକାରର ଖନନ ଓ ନର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ଖୁବ୍‌ଶୀଘ୍ର ନ୍ୟାୟାଳୟରେ ଆବେଦନ କରାଯିବ ଓ ରାଜ୍ୟବ୍ୟାପୀ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସଂଯୋଜକ ବିନୟ କୁମାର ଭୂୟାଁ, ସହ ସଂଯୋଜକ ତନ୍ମୟ କୁମାର ଦାଶ ଏବଂ ବରିଷ୍ଠ ସଦସ୍ୟ ସୁମନ୍ତ କୁମାର ପଣ୍ଡା ଆଜି କହିଛନ୍ତି।

କାର୍ଯ୍ୟ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସାଧାରଣ ଜନତାଙ୍କ ଦ୍ୱାରା ଅଧିକରୁ ଅଧିକ ଚିଠି ଲେଖାଯିବ ଓ ବ୍ଲକସ୍ତରରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଗଣଧାରଣା, ବୁଦ୍ଧିଜୀବୀ ସଂଗୋଷ୍ଠୀ, ସନ୍ଥ ସମ୍ମିଳନୀ, ମାତୃଶକ୍ତି ଜାଗରଣ ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ସେମାନେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes