ନୂଆପଡା ଜିଲ୍ଲା ସୁନାବେଡାର ରୁପିଆମ ଜଳପ୍ରପାତ ନିକଟରେ ଦୁଇଦିନ ତଳେ ଜଣେ ଯୁବତୀଙ୍କ କଙ୍କାଳ ଉଦ୍ଧାର ହେବା ଘଟଣାରେ ପୁଲିସ ତଦନ୍ତ କରି ଯୁବତୀଙ୍କ ଭାଇ ସମେତ ଚାରି ଜଣଙ୍କୁ ଗିରଫ କରିଛି l
ବିବାହ ପୂର୍ବରୁ ଯୁବତୀ ଜଣଙ୍କ ମା ହୋଇଥିବାରୁ କ୍ଷୁବ୍ଧ ହୋଇ ଭାଇ ଓ ଅନ୍ୟମାନେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହ ଫିଙ୍ଗି ଦେଇଥିଲେ l