ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସଙ୍କ ଦେହାନ୍ତରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ ପାଇଛି।
ସେ ଜିଲ୍ଲାର ବହୁ ଜନଆନ୍ଦୋଳନର ନେତୃତ୍ଵ ନେଇଥିବା ବେଳେ ବହୁ ସାମାଜିକ ସଂଗଠନରେ ସାମିଲ ହୋଇ ଏକ ସ୍ବତନ୍ତ୍ର ସ୍ଥାନ ବଜାୟୀ ରଖିଥିଲେ। ତାଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଥିଲେ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।