ଗଞ୍ଜାମ ଜିଲ୍ଲା ରାମଚନ୍ଦ୍ରପୁର ସ୍ଥିତ ମହାନ ସଂଘର ପ୍ରତିଷ୍ଠାତା ସୁଶାନ୍ତ କୁମାର ସାବତଙ୍କ ପ୍ରଚେଷ୍ଟାରେ ୨୦ ଶଯ୍ୟା ବିଶିଷ୍ଟ ପ୍ରାକୃତିକ ଚିକିତ୍ସା କେନ୍ଦ୍ରକୁ ଓଡ଼ିଶା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ,ଅଗ୍ନିଶମ ବାହିନୀର ଡିଜି ସନ୍ତୋଷ କୁମାର ଉପାଧାୟ, ବେଙ୍ଗଲୋର ସ୍ଥିତ ନେଚର କେର ମେଡିକାଲ୍ର ଡାକ୍ତର ଡ଼ଃ.ଆର୍ ଚେତନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।