ଅଭିଯୁକ୍ତ ସଚିନ ଅଗ୍ରଓ୍ୱାଲଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ
ପ୍ରେମିକାକୁ ଗୁଳି କରି ହତ୍ୟା ପରେ ଜଙ୍ଗଲରେ ଶବ ପୋଡ଼ିବା ଘଟଣାରେ ଅଭିଯୁକ୍ତ ପ୍ରେମିକ ସଚିନ ଅଗ୍ରଓ୍ୱାଲଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ପୁଲିସ।
ପୁଲିସକୁ ୪ ଦିନିଆ ରିମାଣ୍ଡ ଅନୁମତି ଦେଇଛି କଣ୍ଟାବାଞ୍ଜି ଏସଡିଜେଏମ୍।
Credible Local News of Odisha
ପ୍ରେମିକାକୁ ଗୁଳି କରି ହତ୍ୟା ପରେ ଜଙ୍ଗଲରେ ଶବ ପୋଡ଼ିବା ଘଟଣାରେ ଅଭିଯୁକ୍ତ ପ୍ରେମିକ ସଚିନ ଅଗ୍ରଓ୍ୱାଲଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ପୁଲିସ।
ପୁଲିସକୁ ୪ ଦିନିଆ ରିମାଣ୍ଡ ଅନୁମତି ଦେଇଛି କଣ୍ଟାବାଞ୍ଜି ଏସଡିଜେଏମ୍।
ବଲାଙ୍ଗିର ଷ୍ଟେସନରେ ୩୧ ଦାଦନଙ୍କୁ ବିଶାଖାପାଟଣା ଚାଲାଣ ବେଳେ ଆରପିଏଫ୍ ଅଟକ ରଖିଛି।
ସେମାନଙ୍କ ମଧ୍ୟରେ ୬ ଶିଶୁ ଅଛନ୍ତି। ସମସ୍ତେ ବରଗଡ଼ ଜିଲ୍ଲା ବିଜେପୁରର ହୋଇଥିବା ସୂଚନା ମିଳିଛି।
ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୁଲିସ୍।
ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଯୁବତୀଙ୍କୁ ପୋଡ଼ି ମାରିବା ଘଟଣାରେ ସଚିନ ଅଗ୍ରୱାଲ ନାମକ ଜଣେ ଯୁବକକୁ ଗିରଫ କରିଛି ପୁଲିସ।
ପୂର୍ବରୁ ତା’ନାମରେ ଅପରାଧିକ ମାମଲା ରହିଛି। ସେ ଗଞ୍ଜେଇ ଚାଲାଣ ଓ ଗୁଳିମାଡ଼ କରିବା ପରି ଜଘନ୍ୟ ମାମଲାରେ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରେ ତୁରେଇକେଲାରୁ ଯୁବତୀଙ୍କ ମୃତଦେହ ମିଳିଥିଲା।
ଗତକାଲିର ମାଓ ଅପରେସନ ପରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ସିଆରପିଏଫ ଏଡିଜି, ଆଇଜି ଅପରେସନ ଅମିତାଭ ଠାକୁର, ଏସ୍ଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ ସମୀକ୍ଷା କରିଛନ୍ତି।
ନିହତ ୨ ମାଓବାଦୀଙ୍କ ନିକଟରୁୁ ୨ଟି ବନ୍ଧୁକ, ଗୁଳିଗୋଳା ମିଳିଥିଲା।
ଉଦ୍ଧାର ୪୪ ଦାଦନଙ୍କ ମଧ୍ୟରୁ ୧୪ ଜଣ ନାବାଳକ ରହିଥିବା ସୂଚନା ମିଳିଛି।
ଉଦ୍ଧାର ଶ୍ରମିକମାନେ ବେଲପଡ଼ା ରେଙ୍ଗାଳୀ ଗାଁର।
ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।
ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।
ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି।
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଗୋଲେଇ ଛକରୁ ୨୫ ଦାଦନ ଶ୍ରମିକକୁ ଉଦ୍ଧାର କରିବା ସହ ଜଣେ ସର୍ଦ୍ଦାରଙ୍କୁ ଗିରଫ କରିଛି ପୁଲିସ।
ଅନ୍ୟ ଜଣେ ସର୍ଦ୍ଦାର ଫେରାର ହୋଇଯାଇଛି। ଶ୍ରମିକଙ୍କୁ କଣ୍ଟାବାଞ୍ଜି ଷ୍ଟେସନରୁ ହାଇଦ୍ରାବାଦ ଚାଲଣ କରୁଥିବା ବେଳେ ଉଦ୍ଧାର କରିଛନ୍ତି।
ବଲାଙ୍ଗିର ଜିଲ୍ଲା ବେଲପଡ଼ା ତହସିଲ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଜମି ମୁ୍ୟଟେସନ ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଛି।