ହସ୍ପିଟାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତକ ଲଖନା ଗାଁର ଯୁବକ, ୨ ଦିନ ତଳେ ଚିକିତ୍ସା ପାଇଁ ଆସିଥିଲେ।ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

୩ ମହିଳାଙ୍କୁ କାମୁଡ଼ିଲା ଭାଲୁ

ନୂଆପଡ଼ା ସହରରେ ଭାଲୁ କାମୁଡ଼ାରେ ୨ ସଫେଇ କର୍ମୀ ସମେତ ୩ ମହିଳା ଆହତ ହୋଇଛନ୍ତି।

ଆହତ ୩ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏଟିଏମ କାଟି ୧୪ ଲକ୍ଷ ଲୁଟିଲେ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମିଶନ ହସ୍ପିଟାଲ ପାଖରେ ଥିବା ଏସ୍‌ବିଆଇ ଏଟିଏମ କାଟି ୧୪ ଲକ୍ଷ ୮୦ ହଜାର ଲୁଟି ନେଲେ ଲୁଟେରା।

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏତଲା ପରେ ପୁଲିସ ଛାନଭିନ୍‌ କରୁଛି।

ଏଟିଏମ କାଟି ୧୪ ଲକ୍ଷ ଲୁଟିଲେ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମିଶନ ହସ୍ପିଟାଲ ପାଖରେ ଥିବା ଏସ୍‌ବିଆଇ ଏଟିଏମ କାଟି ୧୪ ଲକ୍ଷ ୮୦ ହଜାର ଲୁଟି ନେଲେ ଲୁଟେରା।

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏତଲା ପରେ ପୁଲିସ ଛାନଭିନ୍‌ କରୁଛି।

ସରୁନି ବାଘ ଆତଙ୍କ, ଗାଁ ମୁହାଁ ଆଉ ଏକ ବାଘ

ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି।

ବାଘ ବୁଲୁଥିବା ଦେଖି ବନ ବିଭାଗକୁ ଖବର ଦେଲେ ଲୋକେ। ରାତିରେ ଗୋଟିଏ କଲରାପତରିଆ ବାଘକୁ ଧରିଥିଲା ବନ ବିଭାଗ।

ମହିଳାଙ୍କୁ ମାରି ଖାଇଲା ବାଘ

ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ କଲରାପତରିଆ ଆତଙ୍କ ଦେଖାଦେଇଥିବା ବେଳେ ସିଲିଆରିବାହାରା ଗାଁ ଜଙ୍ଗଲରେ ମହିଳାଙ୍କୁ ମାରି ଖାଇଛି।

ଗତକାଲି ମହିଳା ଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ। ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ। ପୂର୍ବରୁ ଜଣେ ନାବାଳକକୁ ମାରି ଖାଇଥିଲା କଲରାପତରିଆ ବାଘ।

୮ ବର୍ଷର ପିଲାକୁ ବାଘ ମାରିଥିବା ଅଭିଯୋଗ

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ଗତକାଲି ୮ ବର୍ଷର ପିଲାକୁ ବାଘ ମାରିଥିବା ବେଳେ ଆଜି ଗାଈକୁ ମାରି ଖାଇଥିବା ଅଭିଯୋଗ ହୋଇଛି।

କଟିଙ୍ଗପାଣି ଗାଁରେ ଗୁହାଳରେ ପଶି ଗାଈକୁ ମାରି ଖାଇଛି ବାଘ। ବାଘକୁ ନେଇ ଗାଁରେ ଭୟର ବାତାବରଣ ଥିବାବେଳେ ବନ ବିଭାଗ ତଲାସି ଜାରି ରଖିଛି।

ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା

ନୂଆପଡ଼ା ବୋଡେନ୍ ଥାନା ଖଡୁପାଣି ସିଆରପିଏଫ କ୍ୟାମ୍ପର ୧୯ନଂ ବାଟାଲିଅନ ସବ୍‌ ଇନ୍‌ସପେକ୍ଟର ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି।

ମୃତକ ଡି. ଗୁଣଶେଖରନ୍‌, ତାଙ୍କ ଘର ତାମିଲନାଡୁ ବୋଲି ସୂଚନା ମିଳିଛି।ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

୨ ବାଇକ୍‌ ମୁହାଁମୁହିଁ ଧକ୍କାରେ ୪ ମୃତ, ୩ ଗୁରୁତର

ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ରାଜପୁର ଛକରେ ଏହି ଦୁର୍ଘଟଣା ଘଟିଛି।

୩ ଗୁରୁତରଙ୍କୁ ବୋଡେନ ଓ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

Nuakhai wishes