ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ

ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କ ଇସ୍ତଫା ପତ୍ର‌ ଦଳର ସଭାପତିଙ୍କ ନିକଟକୁ ପଠାଇଲେ।

୨୦୦୯ ଓ ୨୦୧୪ରେ ବିଜେଡିରୁ ଦୁଇଥର ଜିତିଥିଲେ ପୂର୍ଣ୍ଣଚନ୍ଦ୍ର।

୯ ବର୍ଷୀୟ ନାବାଳିକାର ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓଡ଼ିଆ ଆଲପୁର ଗାଁରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି।

ଘରେ ବାପା ଓ ସାନ ଭାଇ ଥିବାବେଳେ ମୃତ୍ୟୁକୁ ନେଇ ସନ୍ଦେହ କରାଯାଉଛି। ବାପାକୁ ଅଟକ ରଖି ଖଲ୍ଲିକୋଟ ପୁଲିସ ପଚରାଉଚରା କରିଛି।

ଗାଁ ଦାଣ୍ଡରେ ଯୁବକଙ୍କୁ ଆକ୍ରମଣ

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରାଳବ ଗାଁରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ ହୋଇଛି।

ଆକ୍ରମଣ ସହ ଘରେ ଥିବା ଯୁବକଙ୍କ ବାଇକ୍‌ ଜାଳିଦେଇଛନ୍ତି ଦୁର୍ବୃତ୍ତ। ଯୁବକଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ଘର ଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ପୋଲସରା ବଜାରସାହି ଛକ ନିକଟ ଏକ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି।

କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଓଡ଼ିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି: ରାଜନାଥ

ବ୍ରହ୍ମପୁର ସମାବେଶରେ ରାଜନାଥ ସିଂ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ। ୟୁପିଏ ସରକାର ୧୦ ବର୍ଷରେ ଓଡ଼ିଶାକୁ ୩ ଲକ୍ଷ କୋଟି ଦେଇଥିଲା ୯ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଦେଇଛି।

ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହୋଇଥିଲେ।

ବିଜେପିରେ ଯୋଗଦେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ସମୟ ପରିବର୍ତ୍ତନର ସମୟ, ସଜାଗର ସମୟ, ସୁଦୃଢ଼ ଓଡ଼ିଶା, ସୁଦୃଢ଼ ଭାରତ ଗଠନର ସମୟ। ରାଜ୍ୟରେ ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବା କହିଛନ୍ତି ପ୍ରଦୀପ।

ଘର ଭିତରୁ ମାଆ ଓ ୭ବର୍ଷ ପୁଅର ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଚୁଡ଼ିଆଲାଞ୍ଜି ଗାଁରେ ସନ୍ଦେହଜନକ ମୃତ୍ୟୁ ଘଟିଛି।

ଶୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଖଲିପତ୍ର ତୋଳିବା ବେଳେ ମହିଳାଙ୍କୁ ଗୁଳିମାଡ଼

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବେଡ଼ିଗୋବା ଗାଁ ନିକଟ ଜଙ୍ଗଲରେ ଗୁଳିମାଡ଼ ହୋଇଛି।

ମହିଳାଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ମହିଳା ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଶିକାରୀମାନେ ମହିଳାଙ୍କୁ ଗୁଳିମାଡ଼ କରିଥିବା ସନ୍ଦେହ କରାଯାଉଛି।

ପାରିବାରିକ କଳହରୁ ସ୍ୱାମୀର ବେକ କାଟିଦେଲା ସ୍ତ୍ରୀ

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ା ଗାଁରେ ଏହି ଘଟଣା ଘଟିଛି।

ଗୁରୁତର ଅବସ୍ଥାରେ ଯୁବକଙ୍କୁ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Nuakhai wishes