ଆଜି ପୂର୍ବାହ୍ନରେ ଗୋପାଳପୁରରେରେ ୨୯.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

ଆଜି ଦିନ ୧୧.୩୦ ସୁଦ୍ଧା ଗୋପାଳପୁରରେରେ ୨୯.୮ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଘଡ଼ଘଡି, କୁଆପଥର, ବଜ୍ରପାତ ସହ ବର୍ଷା ସମ୍ଭାବନା

ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଓ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଘଡ଼ଘଡ଼ି, କୁଆପଥର ସହ ଆଜି ଅପରାହ୍ନ ୪ଟା ୧୧ ମିନିଟ ସୁଦ୍ଧା ବଜ୍ରପାତ ଓ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସତର୍କତା ଜାରି କରିଛନ୍ତି ।

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ସମ୍ପଦା ଗ୍ରାମରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

ଡ. ବି ଆର୍ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ

ଗଞ୍ଜାମ ଜିଲ୍ଲା ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ଆଜି ପୋଲସରା ବ୍ଳକ ଅନ୍ତର୍ଗତ ହାତିଓଟ ଠାରେ ସମ୍ବିଧାନ ପ୍ରଣେତା ଡ.ବି ଆର୍ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ ହୋଇଯାଇଛି।

Nuakhai wishes