ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ନୂତନ ଭାବେ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ନାମ ଲେଖାଇଥିବା +୨ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣେଇ ଶନିବାର ‘ନବୀନ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦାମଚରଣ ସାହୁ ସଭାପତିତ୍ୱ କରିଥିଲେ । ଇଂରାଜୀ ବିଭାଗ ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ କୁଞ୍ଜବନ ମେହେର, ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଯଜ୍ଞେଶ୍ୱର ବିଶି, ଇତିହାସ ବିଭାଗ ଅଧ୍ୟାପିକା ବନ୍ଦିତା ବିଶ୍ୱାଳ, ଗଣିତ ଅଧ୍ୟାପିକା ସାଗରିକା ବିଶି, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ମାଧବ ପଧାନ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରେମାନନ୍ଦ ତ୍ରିପାଠୀ ବକ୍ତବ୍ୟ ରଖିଥିଲେ ।