୧୮ତମ ପାତାଳୀ ମହୋତ୍ସବ ଜାନୁଆରୀ ୨୨ରୁ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ୧୮ତମ ପାତାଳୀ ମହୋତ୍ସବ ଆୟୋଜନ ନିମନ୍ତେ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ଆସନ୍ତା ଜାନୁଆରୀ ୨୨ରୁ ଆରମ୍ଭ ହୋଇ ୨୯ ତାରିଖ ଯାଏ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଏଥିପାଇଁ ୨୧ ତାରିଖରେ କଳସ ଏବଂ ସାଂସ୍କୃତିକ ଶୋଭାଯାତ୍ରା, ୨୨ରୁ ୫୬ ପ୍ରହର ନାମ ଯଜ୍ଞ, ଘୃତ ଯଜ୍ଞ ଓ ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ସନ୍ଧ୍ୟାରେ ବୌଦ୍ଧିକ ସାଂସ୍କୃତିକ ମଣ୍ଡପରେ ଭଜନ ସମାରୋହ ସାଙ୍ଗକୁ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes