ହରିହର ଜୋର କେନାଲକୁ ଦ୍ଵିତୀୟ ବାର ବୁଲି ଦେଖିଲେ ଅଧିକାରୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ କେନାଲ ତଳମୁଣ୍ଡକୁ ଠିକ ଭାବରେ କେନାଲ ପାଣି ପହଞ୍ଚି ପାରୁ ନ ଥିବା ସମ୍ପର୍କରେ ଚାଷୀନେତା କିଶୋର ହୋତା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଦ୍ଵିତୀୟ ବାର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଜେନା, ଯନ୍ତ୍ରୀ ସମୀରକାନ୍ତ ସିଂ, କୃଷି ବିଭାଗ କର୍ମଚାରୀ ଓ ସ୍ଥାନୀୟ ରାଜସ୍ବ ଅଧିକାରୀ ପ୍ରମୁଖ ବୁଲି ଦେଖିଥବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes