ହତ୍ୟାକାଣ୍ଡ ମାମଲାରୁ ନିର୍ଦୋଷରେ ଖଲାସ ହେଲେ ଯୁବକ

୨୦୧୯ମସିହାରେ ବେତନଟୀ ଥାନାରେ ରୁଜୁ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କଲେ ବାରିପଦା ସ୍ଥିତ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ।

ତୁଳସୀ ଚଉରା ଗ୍ରାମର ସ୍ବର୍ଗତ ହେମେନ୍ଦ୍ର ମହାନ୍ତଙ୍କ ପୁଅ ଶ୍ରୀକାନ୍ତ ମହାନ୍ତଙ୍କୁ ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଶୁକ୍ରବାର ମାନ୍ୟବର ଜର୍ଜ ଉକ୍ତ ରାୟ ପ୍ରକାଶ କରିଛନ୍ତି। ମହିଳାଙ୍କ ହତ୍ୟାକାଣ୍ଡକୁ ନେଇ ଉକ୍ତ ମାମଲା ରୁଜୁ ହୋଇଥିବା ବେଳେ କେସନଂ ଏସଟି ୮୩/୨୦୧୯ରେ ବିଚରାଧୀନ ଥିଲା। ଆଜି ରାୟ ପ୍ରକାଶ ପାଇବା ସହ ନିର୍ଦୋଷରେ ଖଲାସ ହେଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes