ସୁଇପର, ୱାଚମ୍ୟାନ ନିଯୁକ୍ତିକୁ ନେଇ ସ୍କୁଲ ଫାଟକରେ ତାଲା; ଶିକ୍ଷା ଦାନ ବାଧା ପ୍ରାପ୍ତ

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କୁଣ୍ଡଳା ପଞ୍ଚାୟତ କୁଣ୍ଡୁଳା ସ୍ଥିତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲ ଫାଟକରେ ଗୁରୁବାର ୧୨ ଗୋଟି ସ୍ୱୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳାମାନେ ବିଦ୍ୟାଳୟରେ ଏକ ନିର୍ଦିଷ୍ଟ ସ୍ୱୟଂ ସହାୟିକା ଗୋଷ୍ଠିକୁ ସୁଇପର ଓ ୱାଚ ମ୍ୟାନଭାବେ ନିଯୁକ୍ତି ଦେଇଥିବା ବିରୋଧରେ ଫାଟକରେ ତାଲା ଦେଇ ଧାରଣାରେ ବସିଥିଲେ।

ମହିଳାମାନଙ୍କ ଦାବି ପ୍ରତି ପ୍ରଶାସନ କର୍ଣ୍ଣପାତ ନକରିବାରୁ ମହିଳାମାନେ ଶୁକ୍ରବାର ଜିଦରେ ଅଟଳ ରହି ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକରେ ଚାବି ଲଗାଇବା ସହ ଧାରଣାରେ ବସିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes