ସାରସପିଟା ଗ୍ରାମରେ “ଗାଁ କୁ ଚାଲ ଅଭିଯାନ”ର ପୁନଃ ଆରମ୍ଭ

ବଲାଙ୍ଗିର ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ପ୍ରଶାସନିକ ସୁବିଧା ଯୋଗାଇବା ଲକ୍ଷ ନେଇ ଆଜି ବଲାଙ୍ଗିର ବ୍ଳକ ପ୍ରଶାସନ ପକ୍ଷରୁ “ଗାଁ କୁ ଚାଲ ଅଭିଯାନ”, ବାରପୁଡୁଗିଆ ପଞ୍ଚାୟତ ର ସାରସପିଟା ଗ୍ରାମରେ ବୁଧୁବାର ଦିନ ଅନୁଷ୍ଠିତ ହୋଇଥିଲା l

ବଲାଙ୍ଗିର ବ୍ଳକ ଅଧ୍ୟକ୍ଷା ଶ୍ରୀମତି ସରିତା ବାଗ ଏହାକୁ ଉଦଘାଟନ କରିଥିଲେଏବଂ ଏହି ଶିବିର ରେ ବ୍ଲକ ବିଡ଼ିଓ ,ଇପସିତା ପାତ୍ର ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଶ୍ରୀ ଗୋଲାପ ବାଗ ଓ ସମସ୍ତ ବିଭଗୀୟ ଅଧିକାରୀ ଉପସ୍ଥିତ ଥାଇ ,ବିଭିନ୍ନ ସମସ୍ୟା ସମାଧାନ କରିଥିଲେ l ବିଗତ ଦିନରେ ଏହା କରୋନା ଓ ଅନ୍ୟାନ୍ୟ କାରଣରୁ ବନ୍ଦ ଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes