ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ବସଷ୍ଟାଣ୍ଡ ନିକଟରେ ସତ୍ୟ ସାଇ ସେବା ସମିତି ପକ୍ଷରୁ ଜଳ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ସୂଚନା ଅନୁଯାୟୀ, ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟି ରଖି ସତ୍ୟସାଇ ସେବା ପକ୍ଷରୁ ଆଜି ଶତାଧିକ ଲୋକଙ୍କୁ ପାନୀୟ ଜଳ ପ୍ରଦାନ କରାଯାଇଛି।