ପବିତ୍ର ଅକ୍ଷୟ ତୃତୀୟା ଅବସରରେ କେନ୍ଦୁଝରଗଡସ୍ଥ ଜଗନ୍ନାଥପୁର ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ ପ୍ରଭୁଙ୍କର ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇଛି। ପଣ୍ଡିତ ଡ଼ଃ ଗଣପତି ଷଡ଼ଙ୍ଗୀ ଙ୍କ ତତ୍ତ୍ଵାବଧାନରେ ଏବଂ ସହଯୋଗୀ ପଣ୍ଡିତ ପ୍ରଦୀପ୍ତ ନନ୍ଦ ଓ ପଣ୍ଡିତ ଗୌରାଙ୍ଗ ପାଣି ସମଗ୍ର ପୂଜାର ଦାୟିତ୍ଵ ନେଇ ଆଜି ଭୂମି ପୂଜା ର ଶୁଭାରମ୍ଭ କରିଥିଲେ ।
ଆଡଭୋକେଟ ମନୋରଞ୍ଜନ ପାଢ଼ି ଓ ତାଙ୍କ ସହ ଧର୍ମିଣି ସ୍ୱର୍ଣ୍ଣପ୍ରଭା ପାଢ଼ି କର୍ତ୍ତା ଭାବେ ସଂକଳ୍ପ କରି ପୂଜା ସମ୍ପାଦନା କରିଥିଲେ । ଜଗନ୍ନାଥପୁର ଗ୍ରାମବାସୀ ,ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର କମିଟି ର ସଦସ୍ୟ ଉପସ୍ଥିତ ଥିଲେ।