କେନ୍ଦୁଝର ଜିଲ୍ଲା ଯୋଡ଼ା ପଶୁ ଚିକିତ୍ସକ ଡ. ସୁଭାଶିଷ ମହାପାତ୍ରଙ୍କ ଠାରୁ ଦଶ ହଜାର ଲାଂଚ ନେଉ ଥିବା ବେଳେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର କିରାଣୀ ମହେନ୍ଦ୍ର କୁମାର ସେଠୀ ଆଜି ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି।
ଛୁଟି ଦରମା ଟଙ୍କା ଅନୁମୋଦନ ପାଇଁ ଏହି ଟଙ୍କା ନେଉଥିବା ବେଳେ ଧରା ପଡ଼ିଥିବା ଜଣାପଡ଼ିଛି। ଭିଜିଲାନ୍ସ ବିଭାଗ ଏହି ଘଟଣା ପରେ ତାଙ୍କ ଘର୍ ପାଟନଈ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ ସୂଚନା ଦେଇଛନ୍ତି।