ରାଣୀ ପଣ୍ଡାଙ୍କ କାର ସହ ବାଇକ୍ ମୁହାଁମୁହିଁ ଧକ୍କା; ବାଇକ୍ ଆରୋହୀ ମୃତ

କଟକ ଜିଲ୍ଲା ଆଠଗଡ ବ୍ଲକ୍ ଡାଳଖାଇ ଛକ ନିକଟରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣାରେ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭର ସୁରକ୍ଷିତ ଅଛନ୍ତି। ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ରାଜନଗର ଗାଁର ସୁକାନ୍ତ ବେହେରା। ସୁକାନ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାଣୀ ପଣ୍ଡା ଛାଡ଼ି ନଥିଲେ। ଆଠଗଡ଼ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରାଣୀଙ୍କୁ ଥାନାକୁ ନେଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes