ଭୀମକୁଣ୍ଡରେ ପ୍ରସିଦ୍ଧ ମକର ମେଳା:କଳାକାର ସମ୍ବର୍ଦ୍ଧିତ

କେନ୍ଦୁଝର ଜିଲା ପାଟଣା ବ୍ଲକ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ରେ ଶନିବାର ୪୦ ହଜାର ରୁ ଉର୍ଦ୍ଧ୍ଵ ପର୍ଯ୍ୟଟକ ଙ୍କ ସମାଗମ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ବୈତରଣୀ ନଦୀ ବୂଡ଼ ପକାଇ ଛନ୍ତି।ଭୀମକୁଣ୍ଡ ଉନ୍ନୟନ ପରିଷଦ ପକ୍ଷରୁ ଶନିବାର ପାର୍ଥ ସାରଥୀ ବେଜ ଙ୍କ ସଂଯୋଜନା ରଙ୍ଗା ରଙ୍ଗ ନୃତ୍ୟ ମଧ୍ୟରେ ମକର ମେଳାର ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ରୁନୁ ମହାନ୍ତ , ସରପଞ୍ଚ ଗୌର ହରି ନାଏକ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲ ଦାର ତାପସ ରଞ୍ଜନ ଦେହୁରୀ, ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes