ବୀରମହାରାଜପୁର ଠାରେ ଶ୍ରୀକ୍ଷେତ୍ର କରସେବା ଟ୍ରଷ୍ଟ ଉଦଘାଟିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ‘ଶ୍ରୀକ୍ଷେତ୍ର କରସେବା ଟ୍ରଷ୍ଟ’ ନାମରେ ଏକ ନୂତନ ସେବା ଅନୁଷ୍ଠାନ ଗଠନ କରାଯାଇଛି । ଆଜି ବୀରମହାରାଜପୁର ମୂଖ୍ୟ ଛକ ଠାରେ ପ୍ରତିଷ୍ଠାତା ସୁରେଶ କଲତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହାର ଉଦଘାଟନି ଉତ୍ସବରେ ଅବସରପ୍ରାପ୍ତ କୃଷି ଅଧିକାରୀ ଦୟାନିଧି ହୋତା ମୁଖ୍ୟ ଅତିଥି, ସମାଜସେବୀ ପ୍ରକାଶ ହୋତା, ଅକ୍ଷୟ ମିଶ୍ର, ଦାମୋଦର ହୋତା ଓ ବିଭୂତି ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କରସେବା ଟ୍ରଷ୍ଟ ଗଠିତ ହେବାର ପ୍ରଥମ ଦିନରେ ବୀରମହାରାଜପୁର ଆଦର୍ଶ ଥାନା ସମ୍ମୁଖରେ ଏକ କୁକୁର ଦୂର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିବା ଖବର ପାଇ ଟ୍ରଷ୍ଟ ତରଫରୁ ଉକ୍ତ କୁକୁରର ଶବ ସତ୍କାର କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes