ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଜଳସେଚନ ବିଭାଗର ଡାକବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ସରକାରଙ୍କ ୯ ବର୍ଷ ଶାସନର ଉପଲବ୍ଧି ଓ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ତଥା ଘରେ ଘରେ ଲୋକଙ୍କ ପାଖକୁ ପହଞ୍ଚାଇବା ସମ୍ପର୍କରେ ଆଲୋଚନା ହୋଇଥିଲା ।