ବାଇକ୍ ଚୋରି ଅଭିଯୋଗରେ ୨ଗିରଫ, ୧୦ବାଇକ ଜବତ

କେନ୍ଦୁଝର ସହରରୁ ୨ଚକିଆ ଯାନ ଚୋରି ବଢ଼ି ଚାଲିଥିବା ବେଳେ ଟାଉନ୍ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଆନନ୍ଦପୁର ଅଞ୍ଚଳରୁ ମୁଗୁପୁର ଅଧୀନ ଦଶବନ୍ତପୁର ଗ୍ରାମରୁ ଚିରଞ୍ଜିବୀ ଜେନା ଏବଂ ଦୁର୍ଯୋଧନ ସାହୁଙ୍କୁ ଗିରଫ କରିବା ସହ ୧୦ଟି ବାଇକ ଜବତ କରିଛି ।

ସେଥିମଧ୍ୟରୁ ୬ଟି ବୁଲେଟ୍, ଗୋଟିଏ କେଟିଏମ୍ ଭଳି ସମସ୍ତ ଦାମୀ ଗାଡ଼ି ରହିଛି । ଏଥିରେ ଅନେକ ଆସାମୀ ସଂପୃକ୍ତ ଥିବା ଅନୁମାନ କରାଯାଉଛି । ଏହି ଚୋରି ରେ ଆଉ କାହାର ସଂପୃକ୍ତି ରହିଛି ତାହାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରିଣୀ ପ୍ରମୋଦିନି ସାହୁ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes