କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକରେ ଉଚ୍ଚ ମାଧମିକ ପରିଷଦ କଟକ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଶୁକ୍ରବାର ଠାରୁ ପାଟଣା ବ୍ଲକ ରେ ୧୧ ପରୀକ୍ଷା କେନ୍ଦ୍ର ଓ ସାହାରପଡା ବ୍ଲକରେ ୯ ପରୀକ୍ଷା କେନ୍ଦ୍ର ୍ରେ ଆରମ୍ଭ ହୋଇଛି।
ପ୍ରଥମ ଦିନ ଏସ -ଏ ୨ ପରୀକ୍ଷାରେ ଏଫ ଏଲ ଓ ପରୀକ୍ଷା ଶାନ୍ତି ଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ ହୋଇଛି। ପାଟଣା ବ୍ଲକରେ ମୋଟ ୧୫୪୪ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବ୍ଲକ ମୁଖ୍ୟାଳୟ ଜିଏନ ହାଇସ୍କୁଲ ନୋଡାଲ ସେଣ୍ଟର ସୁପରି ଟେଣ୍ଟ ପ୍ରତାପ ଚନ୍ଦ୍ର ମହାନ୍ତ କହିଛନ୍ତି।