ଓବିସି ବିରୋଧୀ ରାଜ୍ୟ ସରକାର ବିରୁଦ୍ଧରେ ୪ ଦଫା ଦାବି ନେଇ କେନ୍ଦୁଝର ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ଲକ୍ଷ୍ମଣ ରାଉତଙ୍କ ନେତୃତ୍ଵରେ ଏକ ଦଳ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ।
ଶିକ୍ଷା ପାଇଁ ନାମ ଲେଖାରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନମାନଙ୍କରେ ୨୭ ପ୍ରତିଶତ ସଂରକ୍ଷଣ ପ୍ରାବଧାନ କରିବା ସହ ମେଡିକାଲ, ସୈନିକ ସ୍କୁଲ, ନବୋଦୟରେ ମଧ୍ୟ ଲାଗୁ କରିବାକୁ ଦାବି କରିଛନ୍ତି। ସୁବିଧା ନ ଥିବାରୁ ୫୪ ପ୍ରତିଶତ ପଛୁଆ ବର୍ଗ ଅବହେଳିତ ହୋଇ ରହିଛନ୍ତି।