କେନ୍ଦୁଝର ଜିଲ୍ଲା ସଦର ଥାନା ପୁଲିସ ଗତ ରାତିରେ ଚଢାଉ କରି ଦୁଇ ଗୋରୁ ବୋଝେଇ ପିକ ଅପ ଭ୍ୟାନ ଜବତ୍ କରିଛି।
ସେଥିରେ ପାଖାପାଖି ୧୭ ଟି ଗୋରୁ ଥିଲେ। ଗୋଟିଏ ଗାଡ଼ି ଫେରାର ହୋଇଯାଇଛି। ପୁଲିସ ବିଳମ୍ବିତ ରାତିରେ ଖବର ପାଇ ଶୁଆକାଟିରୁ ପିଛା କରି ଅଞ୍ଜର ନିକଟରେ ଅଟକାଇଥିଲେ। ଗୋରୁ ଚୋରା ବେପାରୀ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ।