ଦନ୍ତାହାତୀ ଆକ୍ରମଣରେ ନାବାଳକ ସମେତ ୩ ଗୁରୁତର

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମର ସଂସାରଡିହି ସାହିରେ ଗତ କାଲି ରାତିରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ନାବାଳକ ସମେତ ୩ ଜଣ ଆହତ ହୋଇଛନ୍ତି ।

ସେମାନେ ହେଲେ ବାଦଲ ମୁଣ୍ଡା,ସୁରେଶ ମୁଣ୍ଡା ଏବଂ କାଣ୍ଡେ ମୁଣ୍ଡା ବୋଲି ଜଣାପଡିଛି।ଗୁରୁତର ସୁରେଶଙ୍କୁ କଟକକୁ ଅଧିକ ଚିକିତ୍ସା ପାଇଁ ପଠାଯାଉଛି। ପ୍ରକାଶ ଗତକାଲି ରାତିରେ ନରସିଂହପୁର ଜଙ୍ଗଲରେ ୧୬ ଟିକିଆ ହାତୀ ପଲ ରହିଥିଲେ । ରାତି ପ୍ରାୟ ୯ ଟା ସମୟରେ ଗାଁ ଲୋକ ଘଉଡାଇବା ସମୟରେ ୧୬ ଟିକିଆ ହାତୀ ପଲ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ଅଲଗା ହୋଇ ସଂସାରଡିହି ସାହି ଭିତରକୁ ପଳାଇ ଆସି ଆକ୍ରମଣ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes