ଚୋରୀ ଅଭିଯୋଗରେ ୪ ଯୁବକ ଗିରଫ

କେନ୍ଦୁଝର ଜିଲା ପାଟଣା ଥାନା ଉଦୟ ପୁର ଗ୍ରାମ ପ୍ରହଲ୍ଲାଦ ମହାନ୍ତଙ୍କ ଘର ଝରକା ଗ୍ରୀଲ ଭାଙ୍ଗି ୪ ଜଣ ଦୁର୍ବୃତ୍ତ ଅକ୍ଟବର ୩୦ତାରିଖ ବିଳମ୍ବିତ ରାତ୍ରି ରେ ଘରେ ପଶି ଟଙ୍କା ,ଘଣ୍ଟା ଓ ପରିଧାନ ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ ରେ ଗୁରୁବାର ୪ ଜଣ ବ୍ୟକ୍ତି ଙ୍କୁ ପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ବ୍ୟକ୍ତି ହେଉଛନ୍ତି ଉଦୟ ପୁର ଗ୍ରାମର ଦର୍ଶନ ନାଏକ(୨୦)ରାଜେଶ ନାଏକ(୨୫)ରାଇପୁର ଗ୍ରାମ ର ସତ୍ୟ ବାଦୀ ମହାନ୍ତ (୩୪)ବାଲେଶ୍ୱର ଜିଲା ଖଇରା ଥାନା ବାପୁନ ନାଏକ(୨୨)। ଏନେଇ ପାଟଣା ଥାନା ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes