ଗୋପାଳପ୍ରସାଦ ଖମାର କ୍ଷତିଗ୍ରସ୍ତ ପ୍ରଜାସଂଘର ବୈଠକ

ତାଳଚେର ବ୍ଲକ ଗୋପାଳପ୍ରସାଦ ଖମାର ଏମ୍‌ସିଏଲ କ୍ଷତିଗ୍ରସ୍ତ ପ୍ରଜାସଂଘର ଏକ ସାଧାରଣ ବୈଠକ ମା ହିଙ୍ଗୁଳା ପୀଠ ପରିସରରେ ଥିବା ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଛି ।

ଏଥିରେ ସଂଘର ସଭାପତି ଗଜେନ୍ଦ୍ର କୁମାର ସିଂହ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ସମ୍ମାନୀତ ଅତିଥି ଭାବରେ ଗୋପାଳପ୍ରସାଦ ସରପଂଚ ସୁଜାତା ବେହେରା,ସୁରକ୍ଷା ମଂଚ ସଭାପତି ମୂରଲୀଧର ସାହୁ ଓ ସମାଜସେବୀ ସନ୍ତୋଷ ପ୍ରଧାନ ଯୋଗ ଦେଇଥିଲେ । ଏଥିରେ କ୍ଷତିଗ୍ରସ୍ତ ଜମିହରା ପ୍ରଜାଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes