ଗାଡ଼ିର ଅବସ୍ଥିତି ନେଇ ସୂଚନା ଦେବ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଏବଂ ପାନିକ୍ ବଟନ୍ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ସୂଚାଇବ।
ଡିସେମ୍ବର ୩୧, ୨୦୨୨ ପୂର୍ବରୁ କିଣା ହୋଇଥିବା ଗାଡ଼ି ପାଇଁ ଡେଡଲାଇନ ଧାର୍ଯ୍ୟ ହୋଇଛି। ଏସବୁ ଗାଡ଼ି ମାର୍ଚ୍ଚ ୩୧, ୨୦୨୩ ମଧ୍ୟରେ ଡିଭାଇସ୍ ଲଗାଇବାକୁ ବାଧ୍ୟ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୨୦୨୩ରେ କିଣା ହୋଇଥିବା ଗାଡ଼ିରେ ରେଜିଷ୍ଟ୍ରେସନ ପୂର୍ବରୁ ଡିଭାଇସ୍ ଲାଗିଥିବା ଜରୁରୀ ବୋଲି ବିଭାଗ କହିଛି।