ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ଅନ୍ତର୍ଗତ କୁକୁରପେଟା ଗ୍ରାମରେ ଆଜି ମୋଦି ସରକାରଙ୍କ ଆଠ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେବା ସହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କୃଷକମାନଙ୍କ ପାଖରେ କିଭଳି ଭାବରେ ମୋଦୀ ସରକାରଙ୍କ ସେବା ଗରିବ କଲ୍ୟାଣ ଯୋଜନା ପହଞ୍ଚାଇବେ ସେ ବିଷୟରେ ଆଲୋଚନା ହୋଇଥିବା ସୁଚନା ମିଳିଛି।