ଇଟାଲୀ ଗସ୍ତ ଅବସରରେ ପୋପଙ୍କୁ ଭେଟିବେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଯାଉଥିବା ବେଳେ 20 ତାରିଖରେ ସେଠାରୁ ଇଟାଲୀ ଗସ୍ତରେ ଯିବେ l ସେ ଭାଟିକାନରେ ପୋପଙ୍କୁ ଭେଟିବା ସହ ୱାର୍ଲଡ ଫୁଡ ପ୍ରୋଗ୍ରାମର କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା କିପରି ଖାଦ୍ୟାଭାବରୁ ଖାଦ୍ୟ ବଳକା ରାଜ୍ୟ ହୋଇଛି ତାହା କହିବେ l

ଗସ୍ତ ଅବସରରେ ସେ ଇଉରୋପ ଓ ମଧ୍ୟପ୍ରାଚ୍ୟରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିବା ସହ ଦୁବାଇରେ ନିବେଶକଙ୍କ ସହ ଆଲୋଚନା କରିବେ l ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ 5-ଟି ସଚିବ, ଯୋଗାଣ ସଚିବ, ଶିଳ୍ପ ସଚିବ ଏବଂ ଦିଲ୍ଲୀସ୍ଥିତ ଆବାସିକ କମିଶନର ମଧ୍ୟ ଯିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes