ଆର୍ଦ୍ରଭୂମି ସଂରକ୍ଷଣ ନେଇ ଆଲୋଚନା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କେନଝରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ଠାରେ ଆର୍ଦ୍ରଭୂମି ସଂରକ୍ଷଣ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଇକୋ କ୍ଲବର ଶିକ୍ଷକ ଗୌରୀଶଙ୍କର ପୂଜାହାରୀ ପ୍ରସଙ୍ଗର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। କ୍ରୀଡା ଶିକ୍ଷକ ସୁରେନ୍ଦ୍ର ପ୍ରଧାନ ଆର୍ଦ୍ରଭୂମି ମିତ୍ର ହେବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏହି ଉପଲକ୍ଷେ କୁଇଜ୍, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିଳୀମା ସାହୁ, ଲିପ୍ସା ବାଘ, କ୍ରିଷ୍ଣା ପ୍ରଧାନ, ତୁଳସୀ ଷାଣ୍ଢ, ଲୋପାମୁଦ୍ରା ତାଣ୍ଡିଆ, ଶେଷଦେବ ବିଶି ଆଦି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes