ନଦୀର ପରିସ୍ଥିତି ଆକଳନ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ କଟକରୁ ଗତ ରାତିରେ ଆରମ୍ଭ ହୋଇଛି ମହାନଦୀ ଯାତ୍ରା।
ଏହି ଦୁଇ ଦିନିଆ ଯାତ୍ରା ଆସନ୍ତା କାଲି କଲମାରେ ଶେଷ ହେବାକୁ ଯାଉଥିବା ବେଳେ ନଦୀର ଜମିକୁ ଚିହ୍ନଟ ଓ ରେକର୍ଡ ଭୁକ୍ତ କରିବା, ନଦୀର ଶୋଷଣ ଓ ପ୍ରଦୂଷଣ ବନ୍ଦ କରିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ଭିତରେ ଆପୋଷ ଆଲୋଚନା ପାଇଁ ଚାପ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ।